ଆମ୍ବ ଗଛ
ବଡ ସହରରେ ଗୋଟେ ଏକୁଟିଆ ଆମ୍ବ ଗଛ ର କଥା ହିଁ କିଛି ଅଲଗା| ଜଉଟା କେବଳ ସେ ଆମ୍ବ ଗଛ ଆଉ ଛୋଟ ସହର କି ଗାଁରୁ ଯାଇ ବଡ ସହରରେ ରହିଯାଇଥିବା ଯାଯାବର ହିଁ ବୁଝିପାରେ| ବିଶେଷ କରି ସେଇ ଯାଯାବର ଯିଏ ନିଜ ଛୋଟ ସହରର disomfort କୁ ସେତିକି ଭଲ ପାଏ, ଯେତିକି ସହର ର comfort କୁ| ସରଳ ଭାଷାରେ ସେ ଆଜି ଏତେ ବର୍ଷ ପରେ ବି ଗୋଟେ ଯାଯାବର, ନା ସହର ତାକୁ ନିଜର ଲାଗେ, ନା ସେ ଗାଁକୁ ଛାଡିପାରେ| ସହରରେ ବେଳେ ବେଳେ ଥଣ୍ଡା ପବନ ବହେ, ଫୁଲପତ୍ର ଝୁଲିବାକୁ ଲାଗିଯାଆନ୍ତି, ଆଉ ଗାଡି ମଟରର ଶବ୍ଦ ଧୀର ହେଇଯାଏ; ତାକୁ ଲାଗେ, ସେ ନିଜ ଗାଁ ଜୀବନ ପୁଣି ଥରେ ବଞ୍ଚୁଛି| ସେ ଜାଣିପାରେ, ତା ଘର ଗଳିରେ ଥିବା ସେଇ ଏକୁଟିଆ ଆମ୍ବ ଗଛକୁ ବି ଠିକ ସେମିତି ଲାଗୁଛି| ଆମ୍ବ ଗଛଟି ପବନରେ ନାଚିଯାଏ, ଆଉ ଯାଯାବରଟି ତା ସହ ଖୁସି ହେଇଯାଏ|
ବସନ୍ତ ପରେ ଖରାଦିନ ଆସେ, ଆଉ ଆମ୍ବ ବଉଳ ଗୁଡା ବିନା ବାଧାରେ ଆମ୍ବ ହେଇ ବଢି ଚାଲନ୍ତି| ସହରରେ ସମସ୍ତେ ଭଦ୍ର ଲୋକ, ସେମାନେ କେହି କାହାକୁ judge କରନ୍ତି ନାହିଁ କି କାହା ଜିନ୍ସ ନିଅନ୍ତି ନାହିଁ| ଯାଯାବର ର ଛୋଟ ସହରର , ପଡୋଶୀ ମାନେ କିନ୍ତୁ ଠିକ ଏହାର ବିପରୀତ| ସେ ଦେଖି ଖୁସି ହୁଏ, ଆମ୍ବ ଗଛର ଆରାମଦାୟକ growth ରେ| ସେ ପୁଣି ଦେଖେ ଆମ୍ବଗଛ କୁ, ସେ କଣ ସତରେ ଖୁସି? ବଉଳ ରୁ ପାଚିଲା ପର୍ଯ୍ୟନ୍ତ, ଏକା? ତାକୁଟିକେ ଖରାପ ଲାଗେ| ସେ ଝର୍କାବାଟୁ ଆମ୍ବ ଗଛକୁ ଦେଖେ ଆଉ, ଲଙ୍କା ଲୁଣ ନେଇ ବାହାରେ, ଗୋଟେ ଆମ୍ବ ତୋଳି ଖାଇବାକୁ| ସହରରେ ରହି ଯାଉ conscience develop କରିଥିଲା, ସେ ସବୁକୁ ସେଇ ଲଙ୍କା ଲୁଣ ସହ ବାନ୍ଧି ନେଇଯାଏ| ଗଛ ତଳକୁ ଯାଏ, ଆଉ ଖୋଜେ କଉ ଆମ୍ବଟା ଭଲ ଲାଗିବ| ବାସ, ସେଇ ଯାଉ ତିନିଟା ଆମ୍ବ ଝୁଲୁଛନ୍ତି, ବାଁପଟ ଆମ୍ବ ତା ସବୁଠୁ ବଢିଆ| ସେ ଆମ୍ବ ତୋଳିବା ପାଇଁ, ଟେକା ଖୋଜେ, ହେଲେ ଏତେ ସଫା ସହରରେ, ଟେକା କଉଠୁ ଆସିବ! ବହୁ କଷ୍ଟ ରେ ସେ ଗୋଟେ ଟେକା ନେଇକି ଆସେ, ଆଉ ମାରିବା ଆରମ୍ଭ କରେ| ପିଲାବେଳୁ ଯାଯାବର ଆମ୍ବ ତୋଳିବାରେ ପାରଙ୍ଗମ| ଏଇ ଦଶବର୍ଷ ହେଲା, ସହରରେ ସେ କେବେ ତୋଳିନି, ହେଲେ, ଏ ସବୁ କଳା ସହଜରେ ଭୁଲି ହୁଏନି| ଗୋଟେ ଛେକରେ ସେ ଆମ୍ବଟାଏ ପକେଇଦିଏ| ତା ଭିତରର ଗାଉଁଲିଟା ବହୁତ ଖୁସି ଆଜି| ଆମ୍ବ ଟାକୁ ଉଠେଇ ଦେଖେ ଆଉ ଉପରକୁ ଖୁସିହେଇ ଅନାଏ| ହେଲେ ଏଇ ଧାଇଁ ଧାଇଁ ଖରାବେଳେ, ଆଉ ଜଣେ sophisticated ଯାଯାବର ରୁ ସହରର ବାସିନ୍ଦା ହେଇଯାଇଥିବା ମଣିଷ ତାକୁ ଅନେଇଥାନ୍ତି, ଠିକ ସେ ବୁଢ଼ୀମାଉସୀ ପରି, ତା ଛୋଟ ସହରରେ, ଯିଏ ତାକୁ ଧରିନେଉଥିଲେ, ଠିକ ଆମ୍ବ ତୋଳିଲା ପରେ| ଯାଯାବର ତାଙ୍କୁ ଦେଖେ, ସେ ବି ଦେଖନ୍ତି|
ସହର ର ଲୋକେ, ଭାରି ଭଦ୍ର| ନିଜ ଭୁଲ କୁ ସୁଧରିବାପାଇଁ sorry କୁହନ୍ତି ଆଉ ଭୁଲ କୁ ସାଙ୍ଗେ ସାଙ୍ଗେ ସଜାଡ଼ିଦେବାର ଆବେଗତା ବି ପ୍ରକାଶ କରନ୍ତି| କିଂନ୍ତୁ ଯାଯାବର ତ ଅଧା ସହରୀ| ସେ sorry କହିଲା, ଆଉ ଆମ୍ବ ଧରି ଏକ ମୁହଁ ରେ ଛାଲିଗଲା| ଖରାଦିନର ଚାରିଟା ବେଳ| ଠିକ ସେମିତିଆ ଯେମିତି ଯାଯାବର କୁ ଆଉ ଆମ୍ବ ଗଛ କୁ ଭଲ ଲାଗେ, ସେମିତି ସୁଲୁସୁଳିଆ ପବନ ବହୁଥିଲା|